ଆସିଲ ଗୋବିନ୍ଦ ସାହୁଙ୍କ ତଦନ୍ତ ରିପୋର୍ଟ

0

ବଲାଙ୍ଗୀର: ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଛନ୍ତି ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନା। ହେଡ କ୍ୱାର୍ଟର ଜେଲ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ ନିକଟକୁ ଆସିଛି ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ। ଏହି ରିପୋର୍ଟରେ ଗୋବିନ୍ଦ ସାହୁ ମୃତ୍ୟୁର ବିଭିନ୍ନ ଦିଗ ଦର୍ଶାଯାଇଛି। ଆତ୍ମହତ୍ୟା ସମୟରେ କିଏ କିଏ ଉପସ୍ଥିତ ଥିଲେ ସେନେଇ ତଥ୍ୟ ରହିଛି।

ବିଶେଷ କରି ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କୁହାଯାଇଛି। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି।ଗୋବିନ୍ଦ ସାହୁ ଗତକାଲି ଦିନ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି ଗୋବିନ୍ଦ। ଆତ୍ମହତ୍ୟା କରିବା ସମୟରେ ଜଣେ କଏଦୀ ଦେଖିଛନ୍ତି। ସେ ପାଟି କରି ଅନ୍ୟମାନଙ୍କୁ ଡାକିଛନ୍ତି। ଏନେଇ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ଗୋବିନ୍ଦଙ୍କ ପକେଟରୁ ଲଫାପା ମିଳିବା କଥା ପ୍ରାଥମିକ ତଦନ୍ତ ରିପୋର୍ଟରେ ନାହିଁ। ଏନେଇ ଅଧିକ ତଦନ୍ତ ଚାଲିଛି। ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.