ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ତଦନ୍ତ ହେଉ, ବିଜେପି
ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା। ଏହା ରାଜ୍ୟ ସରକାରଙ୍କ କୁକର୍ମର ସାକ୍ଷୀସଫା ଅଭିଯାନ। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରଣ ରଖନ୍ତୁ ବୋଲି ସେ କହିଛନ୍ଏତି। ଏହାଛଡ଼ା କେନ୍ଦ୍ରୀୟ ଏଜେନ୍ସି ଦ୍ଵାରା ତଦନ୍ତ ଦାବି କରିଛନ୍ତି ସେ।
ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମମିତା ମେହେର ମାମଲାରେ ପ୍ରମାଣ ଲୁଚାଇବା ପାଇଁ ତାର ମୃତଦେହକୁ ପ୍ରଥମେ ଗାଏବ କରି ଦିଆଯାଇଥିଲା। ମନ୍ତ୍ରୀ ଏବଂ ନେତାମାନେ କୁକର୍ମ କରିବେ। ତାପରେ ରାଜ୍ୟ ସରକାର ସେଥିରୁ ସାକ୍ଷୀ ସଫା କରିବେ। ରାଜ୍ୟବାସୀ ଶାନ୍ତିରେ ବିଶ୍ଵାସ କରନ୍ତି, ହିଂସାକୁ ଘୃଣା କରନ୍ତି। ହେଲେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ପୁରପଲ୍ଲୀରେ ଭୟ ବ୍ୟାପିଛି। ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ ହେଉଛି ଆଇନଶୃଖଂଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ସେ କଥା ଜାଣିବା ଦରକାର। ହେଲେ ଏମିତି ଘଟଣା ଘଟାଇ ରାଜ୍ୟବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନୁହେଁ।