ମେଗା ରିଅଲିଟି ସୋ “ଦାଦାଗିରି”ରେ  ଧାରାବାହିକ “ବିଜୟୀନି” ର‌ କଳାକାର

0

ଓଡ଼ିଶାରେ ପ୍ରଥମ ଥର ପାଇଁ ଛୋଟ ପରଦାରେ ଘଟୁଛି ବଡ଼ ଧମାକା । ମେଗା ଷ୍ଟାର ଅନୁଭବଙ୍କ ମେଗା ଶୋ ରେ ଝୁମୁଛି ଓଡ଼ିଶା । ଝୁମୁଛନ୍ତି କଳାକାର ଓ ପ୍ରତିଯୋଗୀ, ଦେଉଛନ୍ତି ଅନୁଭବଙ୍କ ପ୍ରଶ୍ନର ଉତ୍ତର । ଟେଲିଭିଜନ ଇତିହାସରେ ପ୍ରସାରିତ ହେଉଛି ଏମିତି ଏକ ଶୋ, ଯାହା ରାଜ୍ୟର ୩୦ ଟି ଜିଲ୍ଲାର କରୁଛି ପ୍ରତିନିଧିତ୍ବ  । ଏବଂ କର୍ଣ୍ଣଧାର ସାଜିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି  । ସଫଳତାର ସହ ଜୀ ସାର୍ଥକରେ ପ୍ରସାରିତ ହେଉଛି ମେଗା ରିଆଲିଟି ସୋ ଦାଦାଗିରି ହୃଦୟରୁ  । କେବଳ ସାରା ରାଜ୍ୟର ପ୍ରତିଯୋଗି ନୁହଁନ୍ତି, ଜୀ ସାର୍ଥକର ବଭିନ୍ନ ଧାରାବାହିକର କଳାକାର ଅନୁଭବଙ୍କ ସହ ଖେଳୁଛନ୍ତି ଦାଦାଗିରି ହଦୟରୁ   । “ଦାଦାଗିରି” ରେ ସାମିଲ ମଧ୍ୟ ହୋଇଛନ୍ତି ଅଭିନେତ୍ରୀ ଦିପୀକା  । ସାର୍ଥକ ର ଲୋକପ୍ରିୟ ଧାରାବାହିକ “ବିଜୟୀନି”ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ଦାଦାଗିରି ର ବିଶେଷ ଅଧ୍ୟାୟ ଢେର ଆକର୍ଷଣୀୟ ହୋଇଛି । ଅଭିନେତ୍ରୀ ଦିପୀକାଙ୍କ ଦମଦାର ନୃତ୍ୟ ସହ ଅଭିନେତା ବିଶ୍ବଭୂଷଣ, ସାଗର, ବାଦଲଙ୍କ ମଜ୍ଜା ମସ୍ତିକୁ ଉପଭୋଗ କରିବେ ଦର୍ଶକ  ।

ଆସନ୍ତା ଶନିବାର ଓ ରବିବାର ରାତି ୯ଟାରେ  ଦର୍ଶକ ମାନେ ଦେଖିପାରିବେ ଏହି ଧମାକାଦାର ଏପିସୋଡ୍  । ଏହି ସ୍ବତନ୍ତ୍ର ଅଧ୍ୟାୟରେ ଅଭିନେତ୍ରୀ ଦିପୀକା‌ ତ୍ରିପାଠୀ ବିଶେଷ ଆକର୍ଷଣ ଭାବେ ଯୋଗଦେଇ ଦର୍ଶକଙ୍କ ମନମୋହିଵେ ବୋଲି ଆଶା କରାଯାଉଛି । ପୂର୍ବରୁ ଅନୁଭବ ଙ୍କ ରିଅଲିଟି ସୋ ସଂଚାଳନା ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକମାନଙ୍କ ହୃଦୟ ଜିଣିବା ପରେ ଅନୁଭବ ଦାଦାଗିରି  ମେଗା ରାଅଲିଟି ସୋ ମାଧ୍ୟମରେ ଘରେ ଘରେ ସବୁ ବର୍ଗର ଲୋକଙ୍କୁ ମନୋରଞ୍ଜନ ଦେଇ ଚାଲିଛନ୍ତି । ୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ଦାଦାଗିରି ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଆଗାମୀ ଅଧ୍ୟାୟ ପାଇଁ ବିଭିନ୍ନ ସ୍ଥାନରେ ପ୍ରତିଯୋଗୀ ଚୟନ ଚାଲିଛି ।

Leave A Reply

Your email address will not be published.