ଶେଷ ହେବ କି ଋଷ ୟୁକ୍ରେନ ଯୁଦ୍ଧ, କାହିଁକି ଜାଣନ୍ତୁ

0

ମସ୍କୋ: ଦୀର୍ଘ ୩୦୩ ଦିନ ହେଲେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି। ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି।

ସମ୍ଭବତଃ ଏହି କାରଣ ପାଇଁ ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ ବୋଲି ପୁଟିନ କହିଛନ୍ତି। ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି। ହେଲେ ପ୍ରଥମଥର ପାଇଁ ପୁଟିନ ଏପରି ବୟାନ ଦେଇଛନ୍ତି। ତେଣୁ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

କ୍ରେମଲିନ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ୟୁକ୍ରେନ ଓ ଆମେରିକା ଯୁଦ୍ଧକୁ ନେଇ ରୁଷ ପ୍ରକଟ କରୁଥିବା ଚିନ୍ତାକୁ ଆଦୌ ଶୁଣୁ ନାହାନ୍ତି। ଏଥିସହ ରୁଷକୁ ଦୁର୍ବଳ କରିବା ପାଇଁ ୟୁକ୍ରେନକୁ ଆମେରିକା ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଛି ବୋଲି ମସ୍କୋ ପକ୍ଷରୁ ଅଭିଯୋଗ କରାଯାଇଛି। ଗୋଟିଏ ପଟେ ପୁଟିନ ୟୁକ୍ରେନ ସହ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ କ୍ରେମଲିନ ପକ୍ଷରୁ ଏପରି କୁହାଯାଇଛି।

ପୁଟିନ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଏହି ବିବାଦକୁ ଶେଷ କରିବା। ଆମେ ଏଥିପାଇଁ କଠିନ ପରିଶ୍ରମ କରୁଛୁ। ଏହା ଯେତେ ଶୀଘ୍ର ସମାପ୍ତ ହେବ ସେତେ ଭଲ ହେବ ବୋଲି ଆମେ ଚାହୁଁଛୁ। ସବୁ ବିବାଦ ଦିନେ ନା ଦିନେ ଶେଷ ହୋଇଥାଏ। ଯେକୌଣସି ମାଧ୍ୟମରେ ଏହା ଶେଷ ହେବ। କଥାବାର୍ତ୍ତା ହେଉ କି ଆଉ ଯେକୌଣସି ଉପାୟରେ ବିବାଦ ନିଶ୍ଚିତ ଶେଷ ହେବ। ଯେତେ ଶୀଘ୍ର ଆମ ବିରୋଧୀ(ୟୁକ୍ରେନ) ଏକଥା ବୁଝିବେ, ଏହା ସେତେ ଭଲ ରେଜଲ୍ଟ ଦେବ।”

Leave A Reply

Your email address will not be published.