ମାର୍ଚ୍ଚ ମାସ ଠାରୁ ପ୍ରାୟ ୫୩ ଜଣ ଜିହାଦୀଙ୍କୁ ଗିରଫ କରାଗଲାଣି: ହିମନ୍ତ ବିଶ୍ୱଶର୍ମା

0

ଗୌହାଟୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ । ଜଣେ ବାଂଲାଦେଶୀ ସମେତ ଗତ ମାର୍ଚ ମାସଠାରୁ ପ୍ରାୟ ୫୩ଜଣ ‘ଜିହାଦୀ’ଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ବିଧାନସଭାରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ଲିଖିତ ଉତ୍ତର ଦେଇ ଉପରୋକ୍ତ ତଥ୍ୟ ପ୍ରଦାନ କରିବା ବେଳେ ସେ କହିଛନ୍ତି, ରାଜ୍ୟରେ ‘ଜିହାଦୀ’ କାର୍ୟ୍ୟକଳାପରେ ବିଦେଶୀ ନାଗରିକମାନେ ସମ୍ପୃକ୍ତ ଅଛନ୍ତି ଏବଂ ଆଉ ୫ଜଣ ବାଂଲାଦେଶୀ ‘ଜିହାଦୀ’ ଫେରାର ହୋଇଯାଇଛନ୍ତି।

‘ବିଜେପି’ ବିଧାୟକ ତେରୋସ୍ ଗୋୱାଲାଙ୍କ ପ୍ରଶ୍ନର ଉତ୍ତର ଦେଇ ଶର୍ମା କହିଛନ୍ତି, ମାର୍ଚ ମାସଠାରୁ ବାରପେଟା, ବୋଙ୍ଗାଇଗାଓଁ, ମୋରିଗାଓଁ, ଧୁବ୍ରି, ଗୋଲପଡ଼ା, ତମୁଲପୁର ଏବଂ ନାଲବାଡ଼ି ଜିଲ୍ଲାରେ ୯ଟି ମାମଲା ପଞ୍ଜିକରଣ କରାଯାଇଛି। ଆସାମର ଉପରୋକ୍ତ ୭ଟି ଜିଲ୍ଲା ‘ଜିହାଦୀ’ କାର୍ୟ୍ୟକଳାପର ଉତ୍ସ ବୋଲି ଅଭିଯୋଗ ହେଉଛି।

Leave A Reply

Your email address will not be published.