ସେନାରେ ସାମିଲ ହେବେ ପ୍ରଥମ ବ୍ୟାଚ ଅଗ୍ନିବୀର

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଚୟନ ହୋଇଥିବା ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନେ ତାଲିମ ପାଇଁ ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ପ୍ରାୟ ୨୦୦ ଜଣ ଆଶାୟୀଙ୍କୁ ଶାରୀରିକ, ମେଡିକାଲ, ରିଟିନ ଟେଷ୍ଟ ଓ ପ୍ରମାଣପତ୍ର ଯାଞ୍ଚ ପରେ ତାଲିମ ପାଇଁ ଚୟନ କରାଯାଇଛି।

ଶ୍ରୀନଗରରେ ଥିବା ଆର୍ମି ରିକ୍ୟୁଟିଙ୍ଗ ଅଫିସରୁ ଏମାନେ ଡିସେମ୍ବର ୨୪ ତାରିଖରୁ ବିଭିନ୍ନ ରେଜିମେଣ୍ଟ ଅଧୀନରେ ଥିବା ୩୦ଟି କେନ୍ଦ୍ର ଅଭିମୁଖେ ଯାଇଛନ୍ତି। ଡିସେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଆଶାୟୀଙ୍କୁ ତାଲିମ ପାଇଁ ରିପୋର୍ଟିଂ ପାଇଁ କୁହାଯାଇଛି। ସମସ୍ତଙ୍କ ତାଲିମ କାର୍ଯ୍ୟକ୍ରମ ୨୦୨୩ ଜାନୁଆରୀ ୧ରୁ ଆରମ୍ଭ ହେବ।

କେନ୍ଦ୍ର ସରକାର ଜାରି କରିଥିବା ମିଡିଆ ରିଲିଜରେ କହିଛନ୍ତି, “କଶ୍ମୀରର ଡିଭିଜନାଲ କମିଶନରଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଟିମ ପାଇଁ ଯୋଗ୍ୟ ଚାକିରି ଆଶାୟୀଙ୍କୁ ଚୟନ କରାଯାଇଛି ଓ ସେମାନଙ୍କୁ ତାଲିମ ପାଇଁ ପଠା ଯାଇପାରିଛି। ଚିନାର କ୍ରପ୍ସ ମଧ୍ୟ ଏଥିରେ ସହାୟତା କରିଛି।”

ଜୁନ ୧୪ରେ କେନ୍ଦ୍ର ସରକାର ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବଗୋଷ୍ଠୀଙ୍କ ପାଇଁ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ନିୟମ ଅନୁସାରେ, ୧୭ରୁ ସାଢ଼େ ୨୧ ବର୍ଷ ବୟସ ମଧ୍ୟରେ ଥିବା ଯୁବକମାନେ ଚାକିରି ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.