ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ
ମୁମ୍ବାଇ: ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ। ବୃନ୍ଦାବନର ଠାକୁର ଶ୍ରୀ ପ୍ରୀୟାକାନ୍ତଜୀ ମନ୍ଦିରର ପ୍ରତିଷ୍ଠାତା ଦେବକୀନନ୍ଦନ ମହାରାଜଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ସାଉଦୀ ଆରବରୁ ଆସିଛି ଏଭଳି ହତ୍ୟା ଧମକ। ତାଙ୍କୁ କେହି ଜଣେ ଫୋନ୍ ମାଧ୍ୟମରେ ଅଶ୍ଲୀଳ ଗାଳିଗୁଲଜ କରିବା ସହ ଜୀବନ୍ତ ପୋଡି ହତ୍ୟା କରିବାକୁ ଧମକ ଦେଇଛି ।
ଶନିବାର ଦେବକୀନ୍ଦନଙ୍କ ବ୍ୟକ୍ତିଗତ ଫୋନରେ ସାଉଦୀ ଆରବରୁ ଅଜ୍ଞାତ ବ୍ୟକ୍ତି ଜଣକ ଫୋନ କରି ମୁସଲମାନଙ୍କ ବିରୋଧରେ ସେ କହିଥିବା ଅଭିଯୋଗ କରିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ତାଙ୍କୁ ବୋମାରେ ଉଡାଇବା ସହ ଜୀଅନ୍ତା ପୋଡି ମାରିବାକୁ ଧମକ ଦେଇଥିଲା। ଏହାକୁ ତାଙ୍କର ଜଣେ ସହଯୋଗୀ ରେକର୍ଡ କରିବା ପରେ ଏହି ରେକର୍ଡିଙ୍ଗକୁ ସ୍ଥାନୀୟ ପୁଲିସ ସହ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ, ଗୃହମନ୍ତ୍ରଣାଳୟ ଓ ମହାରାଷ୍ଟ୍ର ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଶେୟାର କରିଥିଲେ।
ସେପଟେ ଏହି ଧମକ ମିଳିବା ପରେ ଦେବକୀନନ୍ଦନ ଠାକୁର କହିଛନ୍ତି, ମୁଁ କୌଣସି ଧର୍ମର ନିନ୍ଦା କରୁନି। ମୁଁ ସନାତନ ଧର୍ମର ପ୍ରଚାର କରୁଛି ଆଉ ଆଗକୁ କରୁଥିବି ମଧ୍ୟ।