ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ପୁଣି ଗିରଫ କଲା ଗୁଜୁରାଟ ପୋଲିସ
ଗାନ୍ଧିନଗର: ପୁଣିଥରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି ଗୁଜରାଟ ପୁଲିସ୍। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୁଲିସ୍ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଥିବା ଜଣାପଡ଼ିଛି। କ୍ରାଉଡଫଣ୍ଡିଂ ଜରିଆରେ ସେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁଜରାଟ ପୁଲିସ୍ ତାଙ୍କୁ ଗିରଫ କରିଛି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାକେତ ଗୋଖଲେଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଗିରଫ କରିଛି। ତାଙ୍କୁ ଏବେ ଅନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ଏଠାକୁ ଅଣାଯାଉଛି। ସେ ପୁଲିସ୍ ଟିମ ସହ ଶୁକ୍ରବାର ଅପରାହ୍ନ ସୁଦ୍ଧା ଗୁଜରାଟରେ ପହଞ୍ଚିବେ।