ଜଷ୍ଟିସ୍ ବି.ଭି ନାଗରତ୍ନା ବିମୁଦ୍ରୀକରଣ ନେଇ ଏମିତି କହିଲେ

0

ନୂଆଦିଲ୍ଲୀ: ୫ ବର୍ଷ ପୂର୍ବେ ହୋଇଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବୈଧ ବୋଲି କହିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ଖଣ୍ଡପୀଠରେ ଦ୍ୱିମତ ପ୍ରକାଶ ପାଇଛି। ଜଷ୍ଟିସ୍ ବି.ଭି ନାଗରତ୍ନା ବିମୁଦ୍ରୀକରଣକୁ ବେଆଇନ୍ ବୋଲି କହିଛନ୍ତି। ଏଥିସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଛନ୍ତି।

ଜଷ୍ଟିସ କହିଛନ୍ତି ଯେ ବିମୁଦ୍ରୀକରଣର ନିଷ୍ପତ୍ତି ଏକ ବିଲ ମାଧ୍ୟମରେ ହେବା ଉଚିତ ଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ନୁହେଁ, ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂସଦରେ ରଖାଯିବା ଜରୁରୀ ଥିଲା। ଆରବିଆଇ ଦେଇଥିବା ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ରିଜର୍ଭ ବ୍ୟାଙ୍କ ସ୍ୱତଃସ୍ପୃତ ଭାବରେ କୌଣସି ନିଷ୍ପତ୍ତି ନେଇ ନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟିଛି। ବିମୁଦ୍ରୀକରଣର ନିଷ୍ପତ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିଲା।

Leave A Reply

Your email address will not be published.