ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ର ରାସ୍ତାରେ ରାଜ୍ୟ । ପୁଣି ଆଉ ବର୍ଷେ ବଢିଲା ମାଗଣା ଚାଉଳ । ରାଜ୍ୟର ହିତାଧିକାରୀଙ୍କୁ ମିଳିବ ୫ କିଲୋ ମାଗଣା ଚାଉଳ । ୫ କିଲୋ ମାଗଣା ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଚାଉଳ ।
ଗୋଟିଏ ବର୍ଷ ପାଇଁ ମାଗଣାରେ ଏହି ଚାଉଳ ଯୋଗାଇ ଦେବାକୁ ଘୋଷଣା ହୋଇଛି । ଏଥିପାଇଁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ । କୋଭିଡ ସମୟରେ ମଧ୍ୟ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ମାଗଣା ଚାଉଳ ପ୍ରଦାନ କରିଥିଲେ ।