କୋର୍ଟରେ ଉଠିଲା ୧୪୪ ଧାରା, ସ୍ଵଭାବ ହେଲା ପରିସ୍ଥିତି

0

ସମ୍ବଲପୁର : ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍‌ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ହେଲା କୋର୍ଟକୁ ଯିବାକୁ ରାସ୍ତା ଅବରୋଧ କରୁଥିବା ବ୍ୟାରିକେଡ଼କୁ ହଟାଇ ଦିଆଯାଇଥିବା ବେଳେ ଓକିଲ, ମହକିଲ ଓ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି କଚେରୀ ରୋଡ୍‌ ।

ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ର ଜେଲ ଭିତରୁ ଥାଇ ଏହି ମର୍ମରେ ସଂଘର ସମ୍ପାଦକଙ୍କୁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠିରେ କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ। ଏହାପରେ ଆଜିଠୁ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଦୀର୍ଘ ଦିନ ପରେ ନୋଟରୀ ଖୋଲିଥିବା ବେଳେ ସାଧାରଣ ଲୋକେ ବି କୋର୍ଟ ଆଡ଼େ ମୁହାଁଇଛନ୍ତି।

Leave A Reply

Your email address will not be published.