ରାହୁଲଙ୍କ ସହ ଯୋଡି ହେଲେ ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟରୋର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ

0

ଲକ୍ଷ୍ନୌ:ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ୱଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏ.ଏସ୍‌. ଦୁଲତ ଏବଂ ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟରୋର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ କଂଗ୍ରେସ ନେତା ରାହୁଲଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଯାତ୍ରା ଏବେ ଉତ୍ତରପ୍ରଦେଶରେ ପହଞ୍ଚିଛି। ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସୀଲାମପୁରରେ ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆଜି ଏଥିରେ ସାମିଲ ହୋଇଛନ୍ତି। ସେହିପରି ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ପରି ନେତାମାନେ ମଧ୍ୟ ଭାରତ ଯୋଡୋ ଯାତ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସେମାନେ ଏଥିରେ ଯୋଗଦେବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଖ୍ରୀସମାସ ଏବଂ ନୂଆ ବର୍ଷ ବିରତି ପରେ ଆଜିଠାରୁ ଉତ୍ତରପ୍ରଦେଶରେ ପ୍ରବେଶ କରିଛି । ଶିବସେନା ସାସଂଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ବିରୋଧୀ ଦଳର ଏକଜୁଟ ହୋଇ ଦେଶର ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା କରିବାର ସମୟ ଆସିଛି। ସେହିପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡୋ ମଙ୍ଗଳବାର ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶରେ ପହଞ୍ଚିଥିଲା। ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସହ ଦଳର ବହୁ ବରିଷ୍ଠ ନେତା, କର୍ମୀ ଏବଂ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ।

Leave A Reply

Your email address will not be published.