ରଙ୍ଗର ପର୍ବରେ ‘ରଙ୍ଗିଲା’

0

ଓଟିଟି ପ୍ଲାଟ୍‌ଫର୍ମର କଞ୍ଚାଲଙ୍କାରେ ନୂତନ ସୋ’ରେ ହୋଲି ଉତ୍ସବର ଆୟୋଜନ ଦର୍ଶନୀୟ ହେବ। ଏକ ଆପାର୍ଟମେଣ୍ଟ ପରିସରେ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ। ଏହାର ପ୍ରମୁଖ ନାରୀ ଚରିତ୍ର ମୀରା ଯାହାଙ୍କର ସ୍ୱାମୀ ବାହାରେ ରହନ୍ତି। ଏସବୁ ଭିତରେ ଆପାର୍ଟମେଣ୍ଟର ସେକ୍ରେଟାରୀ ଶ୍ରୀଯୁକ୍ତ ନାୟକ ହୋଲି ଉତ୍ସବର ସରଞ୍ଜାମ ଯୋଗାଡ଼ କରିବାରେ ବ୍ୟସ୍ତ ଅଛନ୍ତି। ହୋଲି ଉତ୍ସବ ଆରମ୍ଭ ହେଉଛି। ଆପାର୍ଟମେଣ୍ଟର ସବୁ ଲୋକ ମଉଜ ମଜଲିସ୍‌ରେ ମାତିଯାଉଛନ୍ତି। ରକ୍ଷିତ୍ ବାବୁ ମଦ ପରେ ମଦ ବୋତଲ ଟେକୁଛନ୍ତି। ସଙ୍ଗେ ସଙ୍ଗେ ସନି ଆଉ ରନୀ ମଧ୍ୟ ବସି ତାଙ୍କ ପିଇବାର ମଜା ନେଉଛନ୍ତି। ରକ୍ଷିତ ବାବୁଙ୍କ ସ୍ତ୍ରୀଙ୍କ ସହିତ ଦାସ ବାବୁ କମ୍ୟୁନିଟି ହଲ୍‌ ଭିତରେ ଟିକେ ପ୍ରେମ କରିବା ଆରମ୍ଭ କରିଦେଉଛନ୍ତି। ଏହା ଭିତରେ ମୀରା ଆସି ପହଞ୍ଚିଯାଉଛି ତାକୁ ଦେଖି ସନି ଆଉ ରନୀ ତା’ ପ୍ରତି ଆକୃଷ୍ଟ ହେଇଛନ୍ତି। ଏତିକିବେଳେ ସନି ଓ ରନୀ ତା’ସହିତ ଜୋର ଜବରଦସ୍ତ କିଛି ଅଘଟଣ ଘଟେଇବାକୁ ଚେଷ୍ଟା କରୁଛନ୍ତି। ମୀରା କିନ୍ତୁ ତାଙ୍କ କବଳରୁ ନିଜକୁ ରକ୍ଷା କରି ନିଜ ଫ୍ଲାଟ୍‌କୁ ଫେରିଯାଉଛି।

ଏହିପରି ହୋଲିର ରଙ୍ଗ ଉତ୍ସବ ଭିତରେ ଭାବନାର ରଙ୍ଗ ମଧ୍ୟ ଚାଲିଯାଉଛି। ଏହି ସୋ’ର ରଚନା କରିଛନ୍ତି ଶୁଦ୍ଧରାଜ ବାନାର୍ଜୀ, ସଂଳାପ ଲେଖିଛନ୍ତି ନିଶାନ୍ତ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ରମେଶ ରାଉତ ଥିବାବେଳେ କ୍ରିଏଟିଭ୍ ମୁଖ୍ୟ ଅଛନ୍ତି ଭାଗ୍ୟଧରପାଣି ଏହି ସୋ’ଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟ‌ଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ। ପ୍ରଥମ ରୁ ଭାରତୀୟମାନେ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ର ସମସ୍ତ କାର୍ଯ୍ୟକ୍ରମକୁ ଦେଖିପାରୁଥିବା ବେଳେ ଏବେ ଏହାକୁ ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିୟା , ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ଆଦି ଦେଶର ଦର୍ଶକ ଦେଖିପାରିବେ।

Leave A Reply

Your email address will not be published.