ଭାରତ ପାଇଁ ନୂଆ ରାଷ୍ଟ୍ରଦୂତ୍ ନିଯୁକ୍ତି କଲା ଆମେରିକା

0

ୱାସିଂଟନ୍‌: ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍‌ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍‌ ହାଉସ୍‌ ଦୃଢ଼ ଆଶା ବ୍ୟକ୍ତ କରିଛି।

ସିନେଟ୍‌କୁ ନାମାଙ୍କନ ପଠାଇବା ପରେ ହ୍ବାଇଟ୍‌ ହାଉସ୍‌ କହିଛି, କାଲିଫର୍ଣ୍ଣିଆର ଏରିକ୍‌ ଏମ୍‌. ଗାର୍ସେଟି ଭାରତ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ହେବେ।

ଉଲ୍ଲେଖଯୋଗ୍ୟ, ବାଇଡେନ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ମାସ ପରେ ଗ୍ରେସେଟିଙ୍କୁ ଭାରତକୁ ରାଷ୍ଟ୍ରଦୂତ ଭାବେ ପଠାଇବା ପାଇଁ ମନୋନୟନ କରାଯାଇଥିଲା। କିନ୍ତୁ, ସିନେଟ୍‌ରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ବା ଭୋଟ୍‌ ମିଳି ନ ଥିଲା। ମେୟର୍‌ ଅଫିସ୍‌ରେ ଜଣେ ପଦସ୍ଥ ମହିଳା କର୍ମଚାରୀଙ୍କ ପ୍ରତି କରାଯାଇଥିବା ଅସଦାଚରଣ ଅଭିଯୋଗକୁ ସେ ଅଣଦେଖା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଏରିକ୍‌ ବାରମ୍ବାର କହିଥିଲେ କି, ଏଭଳି କୌଣସି ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇ ନ ଥିଲା।

ସିନେଟ୍‌ରେ ପୂର୍ଣ୍ଣ ସମର୍ଥନ ମିଳୁ ନ ଥିବା ବ‌େଳେ ରାଷ୍ଟ୍ରଦୂତ ପାଇଁ ସେ ଜଣେ ସୁଯୋଗ୍ୟ ପ୍ରାର୍ଥୀ ବୋଲି ସର୍ବସାଧାରଣରେ ହ୍ବାଇଟ୍‌ ହାଉସ୍‌ ଘୋଷଣା କରିବା ସହିତ କହିଛି ଯେ, ସର୍ବସମ୍ମତକ୍ରମେ ‘ସ‌ିନେଟ୍‌ ଫରେନ୍‌ ରିଲେସନ୍ସ୍ କମିଟି’ ତାଙ୍କ ପ୍ରାର୍ଥୀପତ୍ରକୁ ଅନୁମ‌ୋଦନ କରିଛି।

Leave A Reply

Your email address will not be published.