ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଆଉ ସିନେମା ହଲ ଭିତରକୁ ଖାଦ୍ୟ ନେଇ ଯାଇପାରିବେ ନାହିଁ । ସିନେମା ହଲକୁ ବାହାର ଖାଦ୍ୟ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିନେମା ହଲରେ ଖାଦ୍ୟ ଓ ପାଣିର ଦାମ ଅଧିକ ରହୁଥିବାରୁ ଦର୍ଶକ ସବୁବେଳେ ବାହାରୁ କଣି ନେବାକୁ ପସନ୍ଦ କରନ୍ତି । ହେଲେ ଏହା ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ସିନେମା ହଲ ଜିମ ନୁହେଁ ଯେ, ଏଠାରେ ସୁଷମ ଖାଦ୍ୟ ଦରକାର । କିନ୍ତୁ ହଲ ଭିତରେ ବିଶୁଦ୍ଧ ପିଇବା ପାଇଁ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଣ କହିଛନ୍ତି ସୁପ୍ରିମକୋର୍ଟ ?
ବାହାରୁ ଖାଦ୍ୟ ଓ ପାଣି ବୋତଲ କିଣି ନେଇପାରିବେନି ଦର୍ଶକ । ସିନେମା ହଲ ପାଇଁ ନିର୍ଦ୍ଦିଷ୍ଟ ନିୟମ କରିପାରିବେ ହଲ ମାଲିକ । ସିନେମା ହଲ ଏକ ଘରୋଇ ପ୍ରତିଷ୍ଠାନ । ହଲ ମାଲିକ ନିଜ ହିସାବରେ ନୀତି, ନିୟମ ରଖିପାରିବେ । ସିନେମା ହଲ ଜିମ୍ ନୁହେଁ ଯେ, ଏଠାରେ ସୁସମ ଖାଦ୍ୟ ମିଳିବ । ମନୋରଞ୍ଜନ ପାଇଁ ସିନେମା ହଲ ଏକ ସ୍ଥାନ । କିନ୍ତୁ ଛୋଟ ଶିଶୁଙ୍କ ପାଇଁ ବାହାରୁ ଖାଦ୍ୟ ନେଇପାରିବେ । ବାହାରୁ ଖାଦ୍ୟ ନେଇ ହଲକୁ ଅପରିଷ୍କାର କଲେ କିଏ ସଫା କରିବ? ଅନେକ ସମୟରେ ଚିକେନ ହାଡ ମିଳିବାର ନଜିର ରହିଛି । ପ୍ରତ୍ୟେକ ସିନେମା ହଲରେ ପରିଷ୍କାର ପାଣି ବ୍ୟବସ୍ଥା କରାଯିବ । ଘରୁ ଲେମ୍ବୁ ନେଇ ହଲରେ ଲେମ୍ବୁ ପାଣି ତିଆରି କରିପାରିବେନି ।