ରାଜଧାନୀରେ ମହିଳା ପୋଲିସ ଏସଆଇଙ୍କୁ ଖଣ୍ଡା ଦେଖାଇ ଗୋଡାଇଲେ ଦୁର୍ବୁତ୍ତ

0

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତକାଲି ରାଜିତରେ ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର ବି ଅସାମାଜିକ ଯୁବକଙ୍କ କବଳରୁ ବର୍ତ୍ତି ପାରି ନାହାନ୍ତି। ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇ ପାରିଛନ୍ତି। ଏହାଦେଖି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ୍।

ନୂଆବର୍ଷ ରାତିରେ ପୁଲିସ୍ ଏସଆଇ ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ନିଜ କାର୍ରେ ଘରକୁ ଫେରୁଥିଲେ । ଆଚାର୍ୟ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା । ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ । ଏପରିକି ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ।

ଏହାଦେଖଇ ପ୍ରାଣ ବିକଳରେ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ ମହିଳା ଏସଆଇ ଜଣକ । ହେଲେ ଏତିକିରେ ଥମିନଥିଲା ଆତଙ୍କ । ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏଁ ମଧ୍ୟ ସେମାନେ ଶୁଭଶ୍ରୀଙ୍କ ପିଛା କରିଥିଲେ । ଏହାଦେଖି ଶୁଭଶ୍ର ସାହାଯ୍ୟ ପାଇଁ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୁଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ । ଏହାପରେ ଅଭିଯୁକ୍ତମାନେ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

Leave A Reply

Your email address will not be published.