ବାକ ସ୍ଵାଧୀନତା ଉପରେ ରୋକ ଲାଗିବନି, ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ । ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ। ବାକ୍ ସ୍ୱାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବାକ୍ ସ୍ୱାଧୀନତା ନେଇ ଅଦାଲତ କହିଛନ୍ତି ଯେ, ସେମାନଙ୍କ ବୟାନ ପାଇଁ ସେମାନେ ନିଜେ ଦାୟୀ। ସମ୍ବିଧାନର ଧାରା ୧୯(୨)ରେ ପୂର୍ବରୁ ଏହି ସ୍ୱାଧୀନତା ଉପରେ କିଛି ଅଙ୍କୁଶ ରହିଛି। ଏହି ଧାରା ବାହାରେ ସେମାନଙ୍କ ଉପରେ କୌଣସି ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି।