କାହିଁକି ନିଜ ପରିବାର ସହ କୋର୍ଟକୁ ଆସିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଓ ଆଇନଜୀବୀମାନେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଆଜି ସେ ନିଜ କର୍ମକ୍ଷେତ୍ର ଅର୍ଥାତ ସୁପ୍ରିମକୋର୍ଟକୁ ଏକାକୀ ଆସିନଥିଲେ। ତାଙ୍କ ସହ ଥିଲେ ତାଙ୍କର ଦୁଇ ପାଳିତା କନ୍ୟା।
ହଠାତ୍ ଦୁଇ ଝିଅଙ୍କ ସହ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କୋର୍ଟକୁ ଆସିବାରୁ ସମସ୍ତେ ଚକିତ ହୋଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଥିଲା ଯେ ଦୁଇ ଝିଅଙ୍କୁ ସେ ସୁପ୍ରିମକୋର୍ଟର କାର୍ଯ୍ୟଶୈଳୀ ଓ ନିଜର ଚ୍ୟାମ୍ବରରେ ବୁଲାଇବାକୁ ଆଣିଛନ୍ତି।