ସମଲିଙ୍ଗୀ ବିବାହକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଳୀ : ଏସ୍‌ଏମ୍‌ଏ ( ସ୍ବତନ୍ତ୍ର ବିବାହ ଆଇନ) ଅଧୀନରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବା ଦାବିରେ ବିଭିନ୍ନ ହାଇକୋର୍ଟରେ ପଡ଼ିରହିଥିବା ଆବେଦନଗୁଡ଼ିର ଏକତ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏ ବାବଦ ସମସ୍ତ ଆବେଦନ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୩ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକର ଶୁଣାଣି କରିବେ। ଦିଲ୍ଲୀ, ଗୁଜରାଟ, କେରଳ ସମେତ ଅନ୍ୟ ହାଇକୋର୍ଟରେ ସମଲିଙ୍ଗୀ ବିବାହ ସଂକ୍ରାନ୍ତ ଅନେକ ଆବେଦନ ହୋଇଥିଲା।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ସମାନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଆବେଦନ ହାଇକୋର୍ଟମାନଙ୍କରେ ପଡ଼ି ରହିଥିବାରୁ ଏଗୁଡ଼ିକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରି ଏକତ୍ର ଶୁଣାଣି କରାଯିବ। ଫେବ୍ରୁଆରି ୧୫ ସୁଦ୍ଧା କେନ୍ଦ୍ର ସରକାର ଉକ୍ତ ପ୍ରସଙ୍ଗରେ ଜବାବ ରଖିବାପାଇଁ କୋର୍ଟ କହିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ କୋର୍ଟ କହିଛନ୍ତି।

Leave A Reply

Your email address will not be published.