ଭାରତକୁ ଅରେଞ୍ଜ ଆଲର୍ଟ ଜାରି, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ପ୍ରବଳ ଶୀତ। ଚାରିଆଡେ କୁହିଡି ସାଙ୍ଗକୁ କୋହଲା ପବନ। ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଲଗାତାର ଖସୁଛି ପାରଦ। ଦିଲ୍ଲୀ ଏନ୍‌ସିଆର୍ ସମେତ ପୂରା ଉତ୍ତର-ପଶ୍ଚିମ ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ଲଗାତର ପାରଦ ଖସୁଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀ ସମେତ ଉତ୍ତର ଭାରତ କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗକୁ ଆହୁରି ଘନ କୁହୁଡି, ଥଣ୍ଡା ଓ ଶୀତ ଲହରୀ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ଦିଲ୍ଲୀ ସମତେ ପୂରା ଉତ୍ତର ଭାରତରେ ଶନିବାର ମଧ୍ୟ ଶୀତର ପ୍ରକୋଜ ଜାରି ରହିଥିଲା। ରାଜଧାନୀର ଅନେକ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଇଏମ୍‌ଡି ମୁତାବକ, ଭାରତର ମୈଦାନୀ ଅଞ୍ଚଳରେ ଘନ କୁହୁଡି ଜାରି ରହିବ। କିନ୍ତୁ ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ଏହା କମ୍ ହେବ।

ଆଜି ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧ରୁ୩ ଡିଗ୍ରୀ ଭିତରେ ରହିବା ସମ୍ଭାବନା ରହିଛି। ସେପଟେ ହରିୟାଣା, ଦିଲ୍ଲୀ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ୩ରୁ ୭ ଡିିଗ୍ରୀ ଯାଏଁ ପାର୍ ହୋଇପାରେ ବୋଲି ପାଣିପାଗ ଅନୁମାନ କରିଛି।

Leave A Reply

Your email address will not be published.