ବରିଷ୍ଠ ବିଜେପି ନେତା କେଶ୍ୱରୀନାଥ ତ୍ରିପାଠୀଙ୍କ ପରଲୋକ

0

ପ୍ରୟାଗରାଜ: ଆଜି ଭୋର୍‌ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁତ୍ର ନୀରଜ ତ୍ରିପାଠୀ କହିଛନ୍ତି।

ସାଧାରଣ ଦୁର୍ବଳତା ସହିତ ହାତ ଭାଙ୍ଗିଯିବା ଓ ଶ୍ବାସପ୍ରଶ୍ବାସ ସମସ୍ୟା କାରଣରୁ ଡିସେମ୍ବର ମାସରେ ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବ୍‌ କମ୍‌ ଖାଦ୍ୟ ଗ୍ରହଣ କରିବା ଓ ପରିସ୍ରା କମିଯିବା କାରଣରୁ ତାଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପ୍ରାୟ ସପ୍ତାହେ କାଳ ଚିକିତ୍ସାଧୀନ ରହିବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ଆଜି ପ୍ରତ୍ୟୁରେ ଘରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ତ୍ରପାଠୀ ଦୁଇଥର କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ଲକ୍ଷ୍ନୌସ୍ଥିତ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ ସେସ୍‌’ରେ ଦୀର୍ଘ ଦିନ ଚିକିତ୍ସାଧୀନ ରହି ସୁସ୍ଥ ହୋଇଥିଲେ।

Leave A Reply

Your email address will not be published.