ଅର୍ଚ୍ଚନାଙ୍କ ସହିତ ୪ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲେ ଇଡି

0

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଖଲ କରିଛି। ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କ ନାମ ରହିଛି | ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି | ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ କରିଛି | ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି | କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା |

ସେହିପରି କମିସନରେଟ ପୁଲିସରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇସାରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ମାମଲାର ଚାର୍ଜସିଟି ଜେଏମ୍‌ଏଫସି କୋର୍ଟରେ ଦାଖଲ ହୋଇସାରିଛି। ୫୦୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅର୍ଚ୍ଚନା ନାଗ ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅର୍ଚ୍ଚନା ନଗ୍ନ ଭିଡିଓର ଧମକ ଚମକ ଦେଇ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କଠାରୁ ୩ କୋଟି ଟଙ୍କା ଦାବି କରୁଥିଲେ। ଏପରିକି ଅର୍ଚ୍ଚନା ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଅକ୍ଷୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.