ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା

0

ନୂଆଦିଲ୍ଲୀ(ଆମ ଟିଭି): ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି । ସ୍କୁଟିନିଂ ପରେ ୩ ଜଣଙ୍କୁ ନିର୍ବିରୋଧ ନିର୍ବାଚିତ କରାଯାଇଛି । ବିଜୟ ସାର୍ଟିଫିକେଟ ନେବାକୁ ଏହି ୩ ଜଣ ନେତା ଆଜି ସ୍କୁଟିନିଂ ଅଫିସ ଆସିବେ । ସେପଟେ ଜେଲରେ ବନ୍ଦ ଥିବା ସଂଜୟ ସିଂ ବି ବିଜୟ ପରେ କୋର୍ଟଙ୍କ ଅନୁମତି ନେଇ ସାର୍ଟିଫିକେଟ ନେବାକୁ ଆସିବେ ବୋଲି ଜଣାପଡିଛି ।

ଦିଲ୍ଲୀରୁ ରାଜ୍ୟସଭାକୁ ୩ ଟି ଆସନ ପାଇଁ ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଆଶାୟୀ ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ଆମ୍ ଆଦମୀ ପାର୍ଟିର ୩ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା, ସଂଜୟ ସିଂ ଓ ସୁଶୀଲ କୁମାର ଗୁପ୍ତାଙ୍କ କାର୍ୟ୍ୟକାଳ ଜାନୁଆରୀ ୨୭ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହି କ୍ରମରେ ଆପ୍ ଏଥର ସୁଶୀଲ ଗୁପ୍ତାଙ୍କ ବଦଳରେ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପଠାଇଛି ।

 

Leave A Reply

Your email address will not be published.