ନିଜ ଦୋଷ ମାନିଲା ଅଫତାବ, କହିଲା ରାଗରେ ଏମିତି କିଛି

0

ନୂଆଦିଲ୍ଲୀ: ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଶ୍ରଦ୍ଧା ୱାକର ହତ୍ୟାକାରୀ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ ।

ଆଜି କୋର୍ଟରେ ହାଜର ସମୟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ଅଫତାବ ପୁନାୱାଲା। ସେ କହିଛି ଯେ, ସେଦିନ ସେ ଯାହା ବି କରିଛି ରାଗରେ କରିଛି । ଅତି ରାଗିଯାଇ ବଡ଼ ଭୁଲ କରିଛି । ତେବେ ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରୁଛି । ଏପରିକି ହତ୍ୟା ପରେ ଶ୍ରଦ୍ଧାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ କେଉଁଠି ଫୋପାଡିଛି ତାହା ପୁଲିସକୁ କହିସାରିଛି। ପୋଖରୀ ପାଖରେ ଶ୍ରଦ୍ଧାଙ୍କ ଖପୁରୀ ଫୋପାଡିଥିବା ଅଫତାବ କହିଥିବା ବେଳେ ତାହା ଏଯାଏଁ ମିଳିପାରିନି । ମ୍ୟାପ ଜରିଆରେ ପୋଲିସ ସେହି ସ୍ଥାନକୁ ଖୋଜୁଛି। ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ସୁରାକ ଯୋଗାଡ କରିବାକୁ ପୁଲିସ ୧୪ଟି ଟିମ୍ ଗଠନ କରିଛି ।

Leave A Reply

Your email address will not be published.