ଦୁଇ ପୁଅ ଟିକେଟ ପାଇବା ପରେ ଆଭିମୁଖ୍ୟ ରଖିଲେ ସୁର ରାଉତରାୟ: କହିଲେ ନିର୍ଦଳୀୟ, ଦୁଇ ପୁଅଙ୍କ ପାଇଁ କରିବି ପ୍ରଚାର

0

ଭୁବନେଶ୍ୱର (ଆମ ଟିଭି): ଦୁଇ ପୁଅଙ୍କ ପାଇଁ ପ୍ରଚାର କରିବେ ବରିଷ୍ଠ ନେତା ସୁର ରାଉତରାୟ । ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜଟଣୀ ବିଧାୟକ । ବଡ଼ ପୁଅ ସିଧାର୍ଥ ରାଉତରାୟ ନିମାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ସାନ ପୁଅ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେଡି ଟିକେଟରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

ତେଣୁ ଚଳିତ ନିର୍ବାଚନରେ ଦୁଇ ପୁଅଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ସୁର । ମନ୍ମଥଙ୍କ ପାଇଁ ପ୍ରଚାର କରିବା ଭିଡିଓ ଭାଇରାଲ ହେବା ପରେ ସୁରଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍ମାର କରାଯାଇଛି । ଏବେ ସେ କେଉଁ ଦଳରେ ନଥିବାରୁ ଦୁଇ ପୁଅଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.