୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର
କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଏକ ଅପ୍ରତ୍ୟାଶିତ ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଝାରଖଣ୍ଡର ଗୋଡ୍ଡାରୁ ହେଲିକପ୍ଟର ଯୋଗୁ ଉଡ଼ାଣ ଅପକ୍ଷେରେ ରହିଥିଲେ ହେଁ ତାଙ୍କୁ ବେଶ କିଛି ସମୟ ଏଥିପାଇଁ ଅନୁମତି ମିଳି ନଥିଲା। ଉଡ଼ାଣ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଅନୁମତି ନ ଦେବାରୁ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ପ୍ରାୟ ୪୫ ମିନିଟ ଧରି ଅଟକି ରହିଥିଲା।
ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ। ତାଙ୍କୁ ଏହି ସମୟରେ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ହେଲେ ରାହୁଲ କଡ଼ା ସୁରକ୍ଷାବଳୟ ମଧ୍ୟରେ ହେଲିକପ୍ଟର ମଧ୍ୟରେ ୪୫ ମିନିଟ ଧରି ବସି ରହିଥିଲେ।
ଏବେ ଝାରଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ୪୫ ମିନିଟ ଧରି ଅଟକ ରହିବା ରାଜନୀତିକ ପ୍ରସଙ୍ଗ ପାଲଟିଛି।