ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତାଭ ବଚ୍ଚନ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

0

ବଲିଉଡର ଶେହନଶାହ ଭାବେ ପରିଚିତ ଅମିତାଭ ବଚ୍ଚନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପେଟ ସମ୍ବନ୍ଧୀୟ କିଛି ସମସ୍ୟା କାରଣରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସେ ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲକୁ ଯାଇଥିଲେ ଏବଂ ପରେ ଘରକୁ ଫେରିଆସିଛନ୍ତି ।

ଏହାରି ମଧ୍ୟରେ ଅମିତାଭ ବଚ୍ଚନ ନିଜର ପ୍ରଥମ ବ୍ଲଗ୍ ପୋଷ୍ଟ ସେୟାର କରିଛନ୍ତି । ସେ ତାଙ୍କ ବ୍ଲଗ୍‌ରେ ଫ୍ୟାନ୍ସଙ୍କ ପାଇଁ ଏକ କବିତା ଲେଖିଥିବାବେଳେ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ଅଧିକ ଚର୍ଚ୍ଚା ନ କରିବାକୁ ଅନୁରୋଧ କରିଛନ୍ତି ।

ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ସେ ଇନଷ୍ଟାଗ୍ରାମରେ “ପିଲୋରି-ବଡୁମ୍ବା” ଲେଖି ଏକ ପୋଷ୍ଟ ସେୟାର କରିଥିଲେ । ଏହାପରେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଏହାକୁ ନେଇ ବିଭିନ୍ନ ମତ ଦେଇଥିଲେ । ହେଲିକୋବ୍ୟାକ୍ଟର ପାଇଲୋରି ଏକ ପ୍ରକାର ଜୀବାଣୁ ସଂକ୍ରମଣ, ଯାହା ପେଟ ଯନ୍ତ୍ରଣା ଓ ବଦହଜମୀର କାରଣ ହୋଇପାରେ ।

ରିପୋର୍ଟ ଅନୁସାରେ, ଅଭିଷେକ ବଚ୍ଚନ ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରେ ଯାଇ ତାଙ୍କ ପିତାଙ୍କୁ ଭେଟିଥିଲେ । ତେବେ ଏନେଇ ବଚ୍ଚନ ପରିବାର କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ଅଫିସିଆଲ୍ ସୂଚନା ଜାରି ହୋଇନାହିଁ ।

Leave A Reply

Your email address will not be published.