ପୁଣି ଜରିମାନା ଦେବେ ଡୋନାଲ୍ଡ ଟ୍ରମ୍ପ

0

ନୂଆଦିଲ୍ଲୀ: ପୁଣି ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ । ନ୍ୟୁୟର୍କର ଏକ ଜୁରି କୋର୍ଟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖକ ଇ ଜିନ କାରୋଲଙ୍କୁ ବଦନାମ କରିଥିବାରୁ ୮୩.୩ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ୨୦୧୯ରେ ଏଲ ପତ୍ରିକାର ପୂର୍ବତନ ସ୍ତମ୍ଭକାରଙ୍କୁ ବଦନାମ କରିଥିଲେ। ସାତଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କୁ ନେଇ ଗଠିତ ଖଣ୍ଡପୀଠ କାରୋଲଙ୍କୁ ୧୮.୩ ନିୟୁତ ଡଲାର କ୍ଷତିପୂରଣ ଏବଂ ୬୫ ମିଲିୟନ ଡଲାର ଦଣ୍ଡବିଧାନ କ୍ଷତିପୂରଣ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.