ବିଜେପି ଛାଡ଼ିଲେ ଆନ୍ନାମଲାଇ , ଇସ୍ତଫା ମଞ୍ଜୁର କଲା ଦଳ
ବିଜେପିରୁ ଆନ୍ନା ମଲାଇ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫାକୁ ପାର୍ଟି ଔପଚାରିକ ଭାବେ ଗ୍ରହଣ କରିଛି । ପାର୍ଟି ଶୀର୍ଷନେତୃତ୍ୱ ପକ୍ଷରୁ ଇସ୍ତଫା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ରାଜନୈତିକ ମହଳରେ ଏହି ଘଟଣାକୁ ନେଇ ଆଲୋଚନା ଜୋର ଧରିଛି । ଆନ୍ନା ମଲାଇଙ୍କ ଇସ୍ତଫା ପରେ ତାଙ୍କ ଆଗାମୀ ରାଜନୈତିକ ଯାତ୍ରା କେଉଁ ଦିଗକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଦଳୀୟ ନିୟମ ଅନୁଯାୟୀ ଇସ୍ତଫାକୁ ଗ୍ରହଣ କରାଯାଇଛି ଏବଂ ଏହା ଏକ ସାଧାରଣ ସଂଗଠନାତ୍ମକ ପ୍ରକ୍ରିୟାର ଅଂଶ । ତେବେ ଏହି ଘଟଣା ଦେଶର ରାଜନୀତିରେ ନୂଆ ଆଲୋଚନା ସୃଷ୍ଟି କରିଛି ।