ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

0

ନୂଆଦିଲ୍ଲୀ (ଆମ ଟିଭି): ”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମୁହଁାମୁହିଁ ସ୍ଥିତି ଲାଗି ରହିବା ପରେ ଉକ୍ତ ଅଞ୍ଚଳ ଏବେ ବି ସମ୍ବେଦନଶୀଳ ରହିଛି। ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନାରୁ ସକାରାତ୍ମକ ସଙ୍କେତ ମିଳୁଥିଲେ ମଧ୍ୟ କୌଣସି ଯୋଜନା କାର୍ଯ୍ୟକାରୀ କରିବା ସେଠାର ସାମରିକ କମାଣ୍ଡରମାନଙ୍କ ଉପରେ ନିର୍ଭର କରୁଛି ବୋଲି ଜେନେରାଲ ଦ୍ୱିବେଦୀ ଚାଣକ୍ୟ ଡିଫେନ୍ସ ଡାଇଲଗ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି।

୨୦୨୦ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ଏବେ ବି ସେଠାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ୨୦୨୦ ଏପ୍ରିଲ ପୂର୍ବରୁ ସ୍ଥିତି ଯାହା ଥିଲା ତାହା ବଜାୟ ରହିବା ଆମେ ଚାହୁଁଛୁ। ଯଦିଓ ସଂଘର୍ଷ ସ୍ଥଳରୁ ଉଭୟପକ୍ଷ ସେମାନଙ୍କର ଅନେକ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି, ତଥାପି ସୀମା ବିବାଦର ସମ୍ପୂର୍ଣ୍ଣ ସମାଧାନ ଏପର୍ଯ୍ୟନ୍ତ ହାସଲ ହୋଇନାହିଁ। ଉକ୍ତ ଅଞ୍ଚଳ ସମ୍ବେଦନଶୀଳ ରହିଥିବାରୁ ଯେକୌଣସି ପ୍ରକାର ଆକସ୍ମିକତାର ସାମ୍‌ନା କରିବା ପାଇଁ ଆମେ ପୂରା ଦମ୍‌ରେ ପ୍ରସ୍ତୁତ ରହିଛୁ ବୋଲି ସେନାମୁଖ୍ୟ କହିଛନ୍ତି।

Leave A Reply

Your email address will not be published.