ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କଲା ରାଜ୍ୟ ଭାଜପା, ଘୋଷଣାକୁ ଅପେକ୍ଷା…

0

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ଭାଜପା। ଶନିବାର ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ କମିଟି ବୈଠକରେ ଭାଜପା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି।

ନିର୍ଦ୍ଧାରିତ ୧୪୭ ଏମଏଲଏ, ୨୧ ଏମ୍‌ପି ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ। ତେବେ ମୋହର ବାଜିବା ପରେ ରାଜ୍ୟ ଭାଜପା ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ।

Leave A Reply

Your email address will not be published.