ବିଶ୍ୱ ଦେଖିଲା ଓଡ଼ିଶାର କଳାକୃତି

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱ ଦେଖିଲା ଓଡ଼ିଶାର କଳାକୃତି । କୋଣାର୍କ ଚକ୍ରରେ ବିଶ୍ୱ ନେତାଙ୍କୁ ସ୍ୱାଗତ କଲା ଭାରତ । କିଛି ସମୟ ପରେ ଦିଲ୍ଲୀରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨- ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମ୍ରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମ୍ରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ । ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ରହିଛି ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଦିନ ୧୦ଟା ୩୦ରେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା କରାଯିବ । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.