ବ୍ଲାକମେଲ କରୁଛନ୍ତି ସୌମ୍ୟ

0

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଗତକାଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ପୁଣି ଟାର୍ଗେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେ କହିଛନ୍ତି, ସୌମ୍ୟ ବାବୁ କ’ଣ, ସେ କ’ଣ କରିଛନ୍ତି ତାଙ୍କ ରାଜନୀତି ଇତିହାସରୁ ଜଣାଡ଼ିବ। ସୌମ୍ୟ ବାବୁ କେତେ ଥର ଦଳ ପରିବର୍ତ୍ତନ କରିଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଏଠି ବର୍ତ୍ତମାନ କେତେ ନମ୍ବରରେ ପହଞ୍ଚିଗଲେଣି, ଆଗାମୀ ଦିନରେ କୁଆଡ଼କୁ ଯିବେ ସେ ସପକ୍ଷରେ ଆପଣମାନେ ଜାଣିଥିବେ।

ସେ ଆହୁରି କହିଛନ୍ତି, ସୌମ୍ୟ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍‌ କରିଥିଲେ, ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି?

ଅତୁନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ବାବୁ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗ ଆଣିଲା। ଲୋକଙ୍କ ଅଭିଯୋଗର ସମାଧାନ ହେଲା। ଏଥିରେ କ‘ଣ ଭୁଲ ରହିଲା, ମୁଁ ବୁଝିପାରୁନାହିଁ। ସୌମ୍ୟବାବୁଙ୍କର କ’ଣ ଅସୁବିଧା ହୋଇଗଲା? ମୁଁ ଜାଣିପାରୁ ନାହିଁ। ସେ ଲୋକଙ୍କୁ ପଚାରନ୍ତୁ ଲୋକେ କ’ଣ କହୁଛନ୍ତି?

Leave A Reply

Your email address will not be published.