ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱ ଦେଖିଲା ଭାରତର ଐତିହ୍ୟ । ଭାରତ ମଣ୍ଡପରେ ଏକାଠି ହୋଇଛନ୍ତି ବିଶ୍ୱର ପ୍ରମୁଖ ନେତାମାନେ । ଏହାରି ଭିତରେ ତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସ୍ୱାଗତ ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ୱାଗତ ସ୍ଥଳରେ ଲାଗିଛି କୋଣାର୍କ ଚକ୍ର ।
ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୋଣାର୍କ ଚକ୍ର ସାମ୍ନାରେ କିଛି ସମୟ ଅଟକି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଏହି କୋଣାର୍କ ଚକ୍ର ବିଷୟରେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ କୋଣାର୍କ ଐତିହ୍ୟ ସମ୍ପର୍କରେ ବୁଝାଇଥିଲେ । ବିଶ୍ୱନେତାଙ୍କୁ କୋଣାର୍କ ଚକ୍ର ଆଗରେ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବାର ଫଟୋ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ଓଡ଼ିଆ ଭାଇ, ଭଉଣୀଙ୍କ ପାଇଁ ଗର୍ବର ମୂହୁର୍ତ୍ତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।