ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ବସିଛି ଜି-୨୦ ବୈଠକ । ଏକାଠି ହୋଇଛନ୍ତି ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ଦେଶର ନେତା । ଜଣଙ୍କ ପରେ ଜଣେ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ସମ୍ମିଳନୀକୁ ପ୍ରଥମେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ । ବର୍ତ୍ତମାନ ସମସ୍ତଙ୍କ ସହ ମିଶି ଚାଲିବାର ସମୟ । ବିଶ୍ୱରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ଜି-୨୦ରେ ଆଫ୍ରିୟୀକ ସଂଘ ସ୍ଥାୟୀ ସଂସଦ୍ୟ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହା ସହ ମରୋକ୍କୋ ଭୂମିକମ୍ପ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ମରୋକ୍କୋ ସହ ସାରା ବିଶ୍ୱ ଠିଆ ହୋଇଛି । ‘ବସୁଧୈବ କୁଟୁମ୍ବକମ୍’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଉଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏବେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା ଚାଲିଛି । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ୟ୍ୟକ୍ରମ ରହିଛି ।