ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ନଗଦ ୩.୧୫ ଲକ୍ଷ ଟଙ୍କା ସହ ସରକାରୀ ଗାଡ଼ି ଜବତ

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ।  ଅଫିସ୍ ଗାଡ଼ିରେ ୩ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଉଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଅଟକାଇଛି ।  ଜବତ ଟଙ୍କା ଅବୈଧ ଉପାୟରେ ଅର୍ଜିତ ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି ।  ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିଲେନି  ଯନ୍ତ୍ରୀ ।  ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି ।  ତେବେ ତଦନ୍ତ ଶେଷ ହେବା ପରେ ଟଙ୍କାର ପ୍ରକୃତ ଉତ୍ସ ସ୍ପଷ୍ଟ ହେବ।

ଠିକାଦାରମାନର ବକେୟା ବିଲ୍ କରାଇ ଦେବା ନାଁରେ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ଭିଜିଲାନ୍ସକୁ ବିଶ୍ୱସନୀୟ ସୂଚନା ମିଳିଥିଲା ।   ଏହାକୁ ଆଧାର କରି ଭିଜିଲାନ୍ସ ଟିମ୍ ମାର୍ଶାଘାଇ ଛକ ନିକଟ NH-53Aରେ ଅନୁପମାଙ୍କୁ ଅଟକାଇଥିଲା ।  ସେ ନିଜ କାର୍ଯ୍ୟାଳୟରୁ ନୟନବିହାରସ୍ଥିତ ବାସଭବନକୁ ଅଫିସ୍ ଗାଡ଼ିରେ ଯାଉଥିଲେ ।  ତଲାସୀ ବେଳେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା ।

ଏତେ ପରିମାଣର ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଟଙ୍କା ସହ ଅଫିସ୍ ଗାଡ଼ିକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି ।  ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅନୁପମାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।  ଜବତ ନଗଦ ଟଙ୍କାର ଉତ୍ସ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯାଉଛି ।  ଚଢ଼ାଉ ଓ ତଦନ୍ତ ଜାରି ରହିଥିବା ବେଳେ ଏହି ମାମଲାରେ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.