ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆସିଲା ଦିଲ୍ଲୀରୁ ଡାକରା

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପରେ ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀରୁ ମିଳିଛି ଡାକରା । ଦିଲ୍ଲୀରେ ବିଜେପି ସାଂଗଠନିକ ନିର୍ବାଚନିକ ବୈଠକରେ ଯୋଗଦେବା ପାଇ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡକାଯାଇଥିଲା ସୂଚନା । ଆଜି ସନ୍ଧ୍ୟାରେ ଦିଲ୍ଲୀଯାଇ କାଲି ଅନୁଷ୍ଠିତ ହେବାକୁଥିବା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମରେ କହିଛନ୍ତି ବିଜେପି ଆରମ୍ଭରୁ ଲୋକତାନ୍ତ୍ରିକ ଦଳ । ଏଥିରେ ନିର୍ବାଚନ ପଦ୍ଧତିରେ ନେତା ନିର୍ବାଚିତ ହୁଅନ୍ତି,ମନୋନିତ ନେତା ନିର୍ବାଚିତ ହୁଅନ୍ତି ନାହିଁ । ପରିବାରବାଦୀ , ଏକଚ୍ଛତ୍ରବାଦୀ ଦଳ ପାଇଁ ନିର୍ବାଚନ ନୂଆ କଥା , ବିଜେପିର ଡିଏନଏରେ ନିର୍ବାଚନ ଅଛି ।

ସୂଚନଯୋଗ୍ୟ; ଖୁବଶୀଘ୍ର ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ ମିଳିଛି।

Leave A Reply

Your email address will not be published.