ମାଲ୍‌ ପରିବହନ ଗାଡ଼ିରେ ଜିପିଏସ୍‌ ଲାଗୁ ପାଇଁ ଦାବି କଲେ ସୋଫିଆ

0

କଟକ (ଆମ ଟିଭି): ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସୋଫିଆ  ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିପ୍‌ରୁ ଡିଲର ପଏଣ୍ଟ ଯାଏ ଗାଡ଼ିରେ ଜିପିଏସ୍‌ ଲାଗି କରିବାକୁ ସେ ଦାବି କରିଛନ୍ତି। ହିତାଧିକାରୀଙ୍କ ଟିପ ବ୍ୟବସ୍ଥାକୁ ମଧ୍ୟ କୋହଳ କରିବାକୁ ମନ୍ତ୍ରୀଙ୍କଠାରେ ସୋଫିଆ ଦାବି ଜଣାଇଛନ୍ତି।

ଅନ୍ୟପକ୍ଷରେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦେଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ୍‌ କରିଛନ୍ତି। ଅସାଧୁ ବ୍ୟବସାୟୀ କଳାବଜାର କଲେ ସେମନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାର ନ ହୁଏ ସତର୍କ ରହିବାକୁ ସୂଚେଇ ଦେଇଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.