ଭକ୍ତଙ୍କ ବଡ଼ ବୟାନ: ମୋକିମଙ୍କୁ ମିଳିବ ଗୁରୁଦାୟିତ୍ୱ

0

ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରେ ଗୁରୁଦାୟିତ୍ୱ ମିଳିବ ବୋଲି ପିସିସି ସଭାପତି ଭକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ମୋକିମ ଦଳର ଜଣେ ଦକ୍ଷ ନେତା। ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ। ଦଳରେ କାହା ଭିତରେ ମତଭେଦ ନାହିଁ। ଏକାଠି ହୋଇ ସମସ୍ତେ ଚାଲିବା। ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ବିପ୍ଲବ ଆଣିବ। ଯୁବପିଢ଼ି କଂଗ୍ରେସର ଭବିଷ୍ୟତ ବୋଲି ଭକ୍ତ କହିଛନ୍ତି। ଭକ୍ତଙ୍କ ଏହି ବୟାନ ପରେ କଂଗ୍ରେସ କର୍ମୀ ଏବଂ ମୋକିମଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସୂଚନା ଯୋଗ୍ୟ, ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ ଏକ ପ୍ରେସ ରିଲିଜ ଜାରି କରିଥିଲେ। ଏହି ପ୍ରେସ ରିଲିଜ ମାଧ୍ୟମରେ ପିସିସି ସଭାପତି କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ ବୋଲି କହିଥିଲେ।

Leave A Reply

Your email address will not be published.