ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା

0

ନୂଆଦିଲ୍ଲୀ (ଆମ ଟିଭି): ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ।

ତେବେ ୪ ଏମ୍‌ପି ଭାଜପା ଏବଂ ୩ ଅନ୍ୟ ଦଳରେ ସାମିଲ ହେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯଦି ଏଭଳି ହୁଏ ତେବେ ମାୟାବତୀଙ୍କ ଲାଗି ଅଡ଼ୁଆ ବଢ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.