ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ
ମୟୂରଭଞ୍ଜ ଜିଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏମ୍ପି ଆସନ ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏମ୍ପି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାଙ୍ଗିରିପୋଷି ବିଧାନସଭା ଆସନରେ ନିର୍ବାଚନ ଲଢୁଥିବା ତାଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡି ପରାଜିତ ହୋଇଛନ୍ତି। ଏକ ନିର୍ବାଚନୀ ସଭାରେ ଆମେ ସ୍ବାମୀ ଓ ସ୍ତ୍ରୀ ବାଘ, ବାଘୁଣୀ ବୋଲି କହି ସମାଲୋଚନାର ସରବ୍ୟ ହୋଇଥିବା ସୁଦାମଙ୍କ ପାଇଁ ଏହା ମହଙ୍ଗା ପଡ଼ିଲା ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।