ମୁଖ୍ୟମନ୍ତ୍ରୀ ନବୀନ ଦେବେ ଇସ୍ତଫା, ଦିନ ୧୧ଟା ୩୫ରେ ଯିବେ ରାଜଭବନ

0

ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାଜପା ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ଯାହା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଇସ୍ତଫା ଦେବେ ବୋଲି ଜଣାପଡିଛି। ଦିନ ୧୧ଟା ୩୫ରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ।

ତେବେ ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ହେଉଛି। ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କରୁଥିବାବେଳେ ଆହୁରି ଅନେକ ଏହାକୁ ନେଇ କିଛି ବି ଆକଳନ କରିପାରୁନାହାଁନ୍ତି ।

Leave A Reply

Your email address will not be published.