ନୂଆଦିଲ୍ଲୀ : ଜୁନ୍ ମାସର ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ ମହଙ୍ଗା ହୋଇଛି। ଏବେ ଦିଲ୍ଲୀରେ ପ୍ରତିମାସ ବିଦ୍ୟୁତ ଦର ବଢ଼ିବ। DERC ଙ୍କ ଆଦେଶ ପରେ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକ PPAC ର ଚାର୍ଜ ଉପଭୋକ୍ତାଙ୍କଠାରୁ ପ୍ରତିମାସ ଆଦାୟ କରିବେ । ଅର୍ଥାତ୍, ପ୍ରତିମାସରେ ବିଦ୍ୟୁତ ବିଲ୍ ମହଙ୍ଗା ହେବ । ପୂର୍ବରୁ PPAC ଦର ପ୍ରତି ତିନି ମାସରେ ଥରେ ବଢ଼ାଯାଉଥିଲା ଏବଂ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିଲା। ଦିଲ୍ଲୀରେ ତିନୋଟି ବିଦ୍ୟୁତ ବଣ୍ଟନ କମ୍ପାନୀ ଅଛି । ଏହି ତିନୋଟି କମ୍ପାନୀର ଅଞ୍ଚଳରେ PPAC ବୃଦ୍ଧିର ପ୍ରଭାବ ଭିନ୍ନ ଭିନ୍ନ ଅଞ୍ଚଳରେ ପଡ଼ିବ ।
ଟାଟା ପାୱାର କମ୍ପାନୀ ଏହି ଅଞ୍ଚଳର ଉପଭୋକ୍ତାଙ୍କୁ ଏବେ ୧% ଅଧିକ ଦେବାକୁ ପଡ଼ିବ । ଯେତେବେଳେ BSES ଅଞ୍ଚଳର ଗ୍ରାହକଙ୍କୁ ଏବେ ୨.୫% ରୁ ୩.୫% ଅଧିକ ବିଲ୍ ଦେବାକୁ ପଡ଼ିବ । ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ(DERC) ଆଜି BRPL, BYPL ଏବଂ TPDDL କୁ ଏପ୍ରିଲ ୨୦୨୬ ପାଇଁ PPAC ଅନୁମତି ଦେଇଛି । ଏହା ଦିଲ୍ଲୀରେ ପ୍ରଥମ ମାସିକ PPAC ଆଦେଶ ।
PPAC ହେଉଛି ବିଦ୍ୟୁତ କିଣିବା ଖର୍ଚ୍ଚର ପ୍ରଭାବକୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ବୈଧାନିକ ବ୍ୟବସ୍ଥା । ଦେଶର ୨୫ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପୂର୍ବରୁ ଲାଗୁ ହୋଇସାରିଛି । Electricity Act ଏବଂ Ministry of power ଏହା APTELଙ୍କ ୨୦୧୧ ମସିହା ଆଦେଶର ନିର୍ଦ୍ଦେଶାନୁସାରେ ଅନିବାର୍ଯ୍ୟ ।
DERC ସ୍ୱୟଂଚାଳିତ ୧୦% ସୀମା ଉପରୁ ଅତିରିକ୍ତ ପରିମାଣକୁ ଛାଡ଼ କରିଛି । ଯାହାଦ୍ୱାରା DISCOMs ମାନଙ୍କୁ ବିଦ୍ୟୁତ ଉତ୍ପାଦକ ସଂସ୍ଥାଗୁଡ଼ିକୁ ସମୟମତେ ଅର୍ଥ ପ୍ରଦାନ କରିବାରେ ଅସୁବିଧା ନ ହେଉ। PPAC ନଥିଲେ DISCOMs ମାନଙ୍କ ଉପରେ ତରଳତା ସଙ୍କଟ ସୃଷ୍ଟି ହୋଇପାରେ । ଯାହା ଶେଷରେ ସୁଧ ରୂପେ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାନ୍ତା । ଯାହା ଦିଲ୍ଲୀବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ।
ସବସିଡ଼ି ଉପଭୋକ୍ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ୫୦୦ ୟୁନିଟ୍ସରୁ ଅଧିକ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତା ବିଦ୍ୟୁତ୍ ବିଲ ଉପରେ ବର୍ଦ୍ଧିତ ହାରର ପ୍ରଭାବ ଦେଖିବାକୁ ମିଳିବ । ଏଥିସହ ପୂର୍ବ ଅପେକ୍ଷା ବିଦ୍ୟୁତ୍ ବିଲ୍ ଅଧିକ ହୋଇପାରେ । କିନ୍ତୁ ୨୦୦-୪୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକମାନେ ବର୍ତ୍ତମାନ ପାଇଁ ପ୍ରଭାବିତ ହେବେ ନାହିଁ ।