ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ଭାଙ୍ଗିଯିବ; ସେ ଦଳ ବିଜେପିରେ ମିଶିବ

0

ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି। ବିଜେଡିରେ ବରିଷ୍ଠ ନେତାଙ୍କ ଅସନ୍ତୋଷ ଉପରେ ଏମିତି ବଡ଼ କଥା କହିଛନ୍ତି ବିଧାୟକ ସାରଦା ନାୟକ। ସେ କହିଛନ୍ତି, ସବୁ ଦଳରେ ଅସନ୍ତୋଷ ରହିଛି। କିନ୍ତୁ ଲୋକ ବିଜେଡି ସହ ଅଛନ୍ତି। ଟ୍ରେନ୍ ଗତି କଲା ବେଳେ ଯେଭଳି କିଛି ଲୋକ ଚଢ଼ନ୍ତି ଓ ଓହ୍ଲାନ୍ତି, ସେଭଳି ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲାଇଯିବା ସ୍ବାଭାବିକ। ବିଜେଡି ଭାଙ୍ଗିଯିବ ବୋଲି ବିଜେପି ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ନିଜକୁ ଖୁସି କରିବା ପାଇଁ।

ସାରଦାଙ୍କ ଅଭିଯୋଗ ଉପରେ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ତଥା ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେ ଦଳ ଭାଙ୍ଗିଯିବ। ଅମର ଶତପଥୀଙ୍କ ବୟାନ ପରେ ବିଜେଡିରେ ଆଉ କିଛି ନାହିଁ। ସେ ଦଳ ବିଜେପିରେ ମିଶିବ। ଯିଏ ଆସିବ ତାଙ୍କୁ ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ରବି ନାଏକ।

ଏପଟେ ନିର୍ବାଚନରେ ବିଜେଡି ପରାଜୟର ୪ କାରଣ କହିଛନ୍ତି ବରିଷ୍ଠ ନେତା ପଦ୍ମନାଭ ବେହେରା। ପ୍ରାର୍ଥୀ, ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି ପାଇଁ ବିଜେଡି ହାରିଲା। ପଦ୍ମନାଭ କହିଛନ୍ତି, ଆମ ଇସ୍ତାହାରଠାରୁ ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା। ସୁଭଦ୍ରା, MSP ୩୧ଶହ ଟଙ୍କା, ମାଗଣା ବିଜୁଳି ଭଳି ବଡ଼ କଥା କହିଲେ। ଆମେ ଆମ ଇସ୍ତାହାର ପାଇଁ ଅନେକ ପ୍ରସ୍ତାବ ଦେଇଥିଲୁ। ସେଥିରୁ କିଛି ଗ୍ରହଣ ହେଲା ଓ କିଛି ହେଲାନି। ଆହୁରି କହଛନ୍ତି ଯେ, ନବୀନ ବାବୁ ନିର୍ବାଚନୀ ପ୍ରଚାରକୁ ଯାଇଥିଲେ, କିନ୍ତୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା। ପରାଜୟ ପରେ ଆମେ ସବୁ ବିଷୟରେ ଦଳପତିଙ୍କୁ ଜଣାଇଛୁ। ସେ ସମୀକ୍ଷା କରୁଛନ୍ତି ଓ ପଦକ୍ଷେପ ନେବେ। ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବ୍ୟକ୍ତିଗତ ମତ ଦେଇଛନ୍ତି ବୋଲି ପଦ୍ମନାଭ ବେହେରା କହିଛନ୍ତି।

Leave A Reply

Your email address will not be published.