ସିବିଆଇ ଏବଂ ଇଡି ଭୟରେ ଭାଜପା ସହିତ ମେଣ୍ଟ କରୁଛି ବିଜେଡି: କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର ଉଭୟ ଦଳଙ୍କୁ କଟାକ୍ଷ କରିଛି କଂଗ୍ରେସ। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ସ୍ୱାର୍ଥ ପାଇଁ ନିଷ୍ପତି ନେଉଥିବା କହୁଥିଲେ ବଳେ ଏହା କେବଳ ନିଜର ଲାଭ ପାଇଁ କରୁଥିବା କହିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ଶରତ ପଟ୍ଟନାୟକ।

“ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏବଂ ଭାଜପା ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାରେ ଶାସନ କରୁଥିଲେ। ଏହା ପରେ ମଧ୍ୟ ବିଜେଡି ସେମାନଙ୍କ ସହ କାମ କରୁଛି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ପରିଣତ ହୋଇଥିବାରୁ ସେମାନେ ଇଡି ଏବଂ ସିବିଆଇ କାର୍ଯ୍ୟନୁଷ୍ଠାନକୁ ଭୟ କରୁଛନ୍ତି ଯେଉଁଥିପାଇଁ ସେମାନେ ଭାଜପା ଆଗରେ ଆତ୍ମସମର୍ପଣ କରିଛନ୍ତି” ବୋଲି ପଟ୍ଟନାୟକ କହିଛନ୍ତି। ବିଜେଡି ଏବଂ ଭାଜପା ହାତ ମିଳାଇଲେ ମଧ୍ୟ ସେମାନେ ଜିତିପାରିବେ ନାହିଁ। ଓଡିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ସେ ଦୃଢତାର ସହିତ କହିଛନ୍ତି। ତେବେ ଭାଜପା ଓ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.