ନୂଆଦିଲ୍ଲୀ(ଆମ ଟିଭି): ନିକଟରେ ହେବାକୁ ଯାୁଛି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାରି ଭିତରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ତରଫରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଂକଳ୍ପପତ୍ର ଜାରି କରିଛନ୍ତି । ରାଜ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ବିଜେପି ଅନେକ ଲୋଭନୀୟ ଘୋଷଣା କରିଛି ।
ବିଧାନସଭା ନିର୍ବାଚନ ପାଇଁ ବିଜେପି ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା ନାମରେ ନାରା ଲଗାଇ ନିର୍ବାଚନ ପ୍ରଚାରକୁ ଉହ୍ଲାଇଛି । ଏହି କ୍ରମରେ ଘୋଷଣା କରାଯାଇଥିବା ସଂକଳ୍ପପତ୍ରରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ, ମହିଳା, ଛାତ୍ରଛାତ୍ରୀ, ଆଦିବାସୀ ଓ କୃଷକମାନଙ୍କୁ ଫୋକସ କରାଯାଇଛି ।