ମ୍ୟାଚ୍ ଫିକ୍ସିଂ ବୟାନକୁ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କଲା ବିଜେପି

0

ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଏବେ ବିରୋଧୀ ଆଉ ଶାସକଙ୍କ ଭିତରେ ଚାଲିଛି ଆରୋପ ଆଉ ପ୍ରତ୍ୟାରୋପ ରାଜନୀତି । ଗୋଟିଏ ପଟେ ଶାସକ ବିରୋଧୀଙ୍କୁ ଆକ୍ରମଣ କରୁଥିବାବେଳେ, ଅନ୍ୟପଟେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଆଉ ଏହାରି ଭିତରେ ଗତକାଲି ଦିଲ୍ଲୀର ରାମଲୀଲ୍ଲା ମୈଦାନରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏକାଠି ହେଇ ଲୋକତନ୍ତ୍ର ବଞ୍ଚାଅ ରାଲି ଆୟୋଜିତ କରିଥିଲେ । ଆଉ ଏହି ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିଲେ । ହେଲେ ରାହୁଲଙ୍କ ଏହି ବୟାନ ଏବେ ତାଙ୍କୁ ପୁଣିଥରେ ଅସୁବିଧାରେ ପକାଇପାରେ ।

ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିବ ବୋଲି କହିଛି । ରାହୁଲଙ୍କ ଏଭଳି ଟିପ୍ପଣୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

Leave A Reply

Your email address will not be published.