ଚୀନକୁ ବୈଦେଶିକ ମନ୍ତ୍ରୀଙ୍କ କଟାକ୍ଷ

0

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି ଯେ ଯଦି ମୁଁ ଆଜି ଆପଣଙ୍କ ଘରର ନାମ ପରିବର୍ତ୍ତନ କରେ, ତେବେ ଏହା ମୋର ହୋଇଯିବ କି? ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ ଥିଲା, ଅଛି ଏବଂ ରହିବ । ନାମ ପରିବର୍ତ୍ତନ କଲେ କିଛି ହୋଇନଥାଏ କି ଏହାର କୌଣସି ପ୍ରଭାବ ପଡିନଥାଏ । ସେଠାରେ (ଏଲ୍ଏସିରେ) ଆମ ସେନା ମୁତୟନ ରହିଛି।

ବେଜିଂ ଭାରତର ବିଭିନ୍ନ ସ୍ଥାନ ପାଇଁ ୩୦ ଟି ନୂଆ ନାମର ଚତୁର୍ଥ ତାଲିକା ପ୍ରକାଶ କରିବାର ଗୋଟିଏ ଦିନ ପରେ ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି। ଅରୁଣାଚଳପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ କାଳ୍ପନିକ ନାମ ବ୍ୟବହାର କଲେ ଏହି ବାସ୍ତବତା ବଦଳିବ ନାହିଁ ବୋଲି ଏଥିରେ କୁହାଯାଇଛି।

 

Leave A Reply

Your email address will not be published.