ଭୁବନେଶ୍ୱର (ଆମ ଟିଭି): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ଏହି ଭତ୍ତାକୁ ସରକାର ୪ ପ୍ରତିଶତ ବୃଦ୍ଧି କରିଛନ୍ତି।
୪୬%ରୁ ବଢ଼ି ଏହି ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ।