ଭୁବନେଶ୍ୱର (ଆମ ଟିଭି): ଲୋକମାନଙ୍କୁ ଉତ୍ତମ ସ୍ଵଛ ଏବଂ ପରିଷ୍କାର ଖାଦ୍ୟ ଉପଲବ୍ଧ କରାଇବାକୁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି।
ସହରର ସମସ୍ତ ରାସ୍ତା କଡ଼ରେ ଥିବା ଖାଦ୍ୟ ଆଉଟଲେଟ୍ ପାଇଁ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରି ଉପଯୁକ୍ତ ପରିମଳ, ଗ୍ରାହକଙ୍କ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଏମସି କହିଛି। ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ…
୧. ସମସ୍ତ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ପାଖରେ ବାଧ୍ୟତାମୂଳକ ଭାବରେ ଖାଦ୍ୟ ଲାଇସେନ୍ସ ରହିବା ଆବଶ୍ୟକ।
୨. ବର୍ତ୍ତମାନଠାରୁ, ଖାଦ୍ୟ ବିକ୍ରେତାମାନଙ୍କୁ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରିବା ସମୟରେ ହେଡକାର୍ଭ, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପଡିବ।
୩. ପରିଷ୍କାର ପୋଷାକ ପିନ୍ଧିବା ସେମାନଙ୍କୁ ତାହା ଉପରେ ଆପ୍ରୋନ୍ ପିନ୍ଧିବାକୁ ପଡିବ।
୪. ସେହିପରି ୟୁଜ ଆଣ୍ଡ ଥ୍ରୋ ପ୍ଲେଟ୍ ରେ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଛି, କେବଳ ଷ୍ଟିଲ୍ ପ୍ଲେଟ୍, ଚାମଚ, କପ୍ ଏବଂ ଅନ୍ୟାନ୍ୟ ବାସନ ବ୍ୟବହାର କରିବାକୁ ହେବ।